ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସ ସେବାର ୨୨ଜଣ ଡିଏସପିଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସୁବାସ ମହାନ୍ତି, ପ୍ରକାଶ ନାୟକ, ହରିହର ପାଣି, ଅଶୋକ ମହାନ୍ତି, ପ୍ରସନ୍ନ ବିଶ୍ୱାଳ, ନିମାଇଁ ସେଠୀ, ମନୋରଞ୍ଜନ ସାମଲ, ଗଦାଧର ମହାପାତ୍ର, କିଶୋର ପାଟ୍ଟଶାଣୀ, ଅମରେଶ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବାଉରୀବନ୍ଧୁ ବେହେରା, ବିଜୟ ମଲ୍ଲିକ, ରାମଚନ୍ଦ୍ର ଥମ୍ବ, ଉଗ୍ରେସନ ପ୍ରଧାନ, ଅକ୍ଷୟ ମିଶ୍ର, ବେଣୁଧର ନାୟକ, ଉମାକାନ୍ତ ମଲ୍ଲିକ, ମୋହନପାଣି କାରୁଆ, ଅଙ୍କୁର ମଲ୍ଲିକ, କେଶବଚନ୍ଦ୍ର ବେହେରା ପ୍ରମୁଖଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।