ନୟାଗଡ଼,ଏନ୍ଏନ୍ଏସ୍: ଜଣେ ନିଖୋଜ ନାବାଳିକାଙ୍କ ବିବାହ ଚାଲିଥିବାବେଳେ ଚାଇଲ୍ଡଲାଇନ ପହଞ୍ଚି ଉଦ୍ଧାର କରିଛି। ଓଡ଼ଗାଁ ଅଞ୍ଚଳର ରାଜକିଶୋର ପରିଡ଼ାଙ୍କ ପୁଅ ପ୍ରକାଶ ପରିଡ଼ା ଝିଅକୁ ଉଠାଇ ନେଇ ଆଜି ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସ୍ୱର୍ଣ୍ଣଲତା ଜେନା ଏବଂ ଚାଇଲ୍ଡଲାଇନ ସଦସ୍ୟ ପହଞ୍ଚି ବିବାହ ଅଟକାଇ ଥିଲେ । ପୁଅର ବୟସ ୧୯ ବର୍ଷ ହୋଇଥିବାରୁ ଉଭୟ ପୁଅ ଓ ଝିଅଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ଜଣାଯାଇଛି ।