କରୋନା ସମୟରେ ହ୍ୱାଟସଆପରେ ଅଭିଯୋଗ କରିବେ ସାଧାରଣ ଲୋକେ

କଟକ,ଏନ୍ଏନ୍ଏସ୍: କଟକରେ ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି। ଫଳରେ ସାଧାରଣ ଲୋକେ ଆତଙ୍କିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ମହାମାରୀ ସମୟରେ ଲୋକମାନେ ଘରୁ ପଦାକୁ ନ ଆସି ହ୍ୱାଟସଆପ ଜରିଆରେ ନିଜର ଅଭିଯୋଗ ପଞ୍ଜିକୃତ କରିପାରିବେ। ଏନେଇ କଟକ ଡିସିପି ଟ୍ୱିଟ କରି ସୂଚନା ଦେବା ସହିତ ହ୍ୱାଟସଆପ ନମ୍ବର ଜାରି କରିଛନ୍ତି। ଏହି ନମ୍ବରଟି ହେଉଛି ୮୭୬୩୦୬୮୧୬୭। ଏଥିରେ ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟାର ଅଭିଯୋଗ କରିପାରିବେ। ଅଭିଯୋଗ ହେବା ପରେ ଏହାର ସମାଧାନ କରାଯିବ ବୋଲି କୁହାଯାଇଛି।