ଆଠଗଡ଼ ବ୍ଲକ ଘଣ୍ଟିଖାଲରେ ଥିବା ଏକ ଷ୍ଟିଲ କାରଖାନାକୁ ସଟଡାଉନ

ଆଠଗଡ଼,ଏନ୍ଏନ୍ଏସ୍: କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଘଣ୍ଟିଖାଲଠାରେ ଥିବା ଏକ ଷ୍ଟିଲ କାରଖାନାକୁ ଆଜି ଜିଲ୍ଲାପାଳ ସଟଡାଉନ କରିଥିବା ଜଣାପଡ଼ିଛି। ଏହି କାରଖାନାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କମ୍ପାନୀକୁ ସଟଡାଉନ କରାଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତକାଲି କମ୍ପାନୀ ପାୱାର ପ୍ଲାଣ୍ଟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ କଟକ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହିତ ପ୍ଲାଣ୍ଟର ଅନ୍ୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।