କୁଆଁପାଳ,ଏନ୍ଏନ୍ଏସ୍: କୁରୁଜଙ୍ଗା ପଞ୍ଚାୟତର ଗାଁ କଲ୍ୟାଣ ସମିତି ତରଫରୁ ଫାଇଲେରିଆ, ଡେଙ୍ଗୁ, ଡାଇରିଆ ଓ କରୋନା ସଚେତନତାକୁ ନେଇ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟକର୍ମୀ ଶିଶିର କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ କୁରୁଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ କମଳାକାନ୍ତ ଦାଶ, ସରପଞ୍ଚ ଅନୁସୂୟା ଶର୍ମା, ୱାର୍ଡ ମେମ୍ବର ବନବିହାରୀ ମହାନ୍ତି, ଭରତ ପଣ୍ଡା, ଅଙ୍ଗନୱାଡି କର୍ମୀ ସୁପ୍ରିୟା ଦାସ, ନମିତା ବେହେରା, ଝରଣା ଦାସ, ମଧୁସ୍ମିତା ସେଠୀ, ଅପର୍ଣ୍ଣା ମହାପାତ୍ର, ସସ୍ମିତା ଜେନା, ବାସନ୍ତିଲତା ରାଉତ, କବିତାରାଣୀ ସାହୁ, ଆଶାକର୍ମୀ ଶାନ୍ତିଲତା ଜେନା, ସସ୍ମିତା ମଲ୍ଲିକ, ଆରତିପ୍ରଭା ସାହୁ, ସୁଷମା ଦାସ, ସଞ୍ଜୁଲତା ପାତ୍ର, ମିନତୀ ବରାଳ, ସ୍ୱାସ୍ଥ୍ୟକର୍ମୀ ସୁଚିତ୍ରା ସିଂ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରିଥିଲେ।