ମାଲକାନଗିରି ସୀମାନ୍ତ ଆନ୍ଧ୍ରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଣସପୁଟ ପାଞ୍ଚୟତ ସୀମନ୍ତ ଆନ୍ଧ୍ରପ୍ରଦେଶ ସୀମା ଗୁଜେଡି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଆନ୍ଧ୍ରପ୍ରଦେଶ ଗ୍ରେ ହାଉଣ୍ଡ କୁମ୍ବିଂ ଅପରେସନ କରୁଥିବା ବେଳେ ଏହି ଗୁଳି ବିନିମୟ ଘଟିଛି। ତେବେ ମାଓବାଦୀମାନେ ମାଲକାନଗିରି ଜିଲ୍ଲାକୁ ପଶିଯିବାର ଆଶଙ୍କା ଥିବାରୁ ପଣସପୁଟ ଅଞ୍ଚଳରେ ଜିଲ୍ଲାର ସୁରକ୍ଷା କର୍ମୀମାନେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ମାଓବାଦୀମାନେ ଥିବା ଖବରପାଇ ଆନ୍ଧ୍ର ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହାକୁ ଆମ ଜିଲ୍ଲାର ସୁରକ୍ଷା କର୍ମୀମାନେ ମଧ୍ୟ ସହଯୋଗ କରିଛନ୍ତି। ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ବିନିମୟ କରିବାରୁ ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳିଚାଳନା କରିଥିଲେ। ଗୁଳି ବିନିମୟ ଘଟଣାକୁ ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ସ୍ୱୀକାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ଆସିନଥିବା ପ୍ରକାଶ କରିଛନ୍ତି।