ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳର ଦୁଧିନାଳୀ, ଭାଲିଆଡିହା ଓ ଗଇଁସିରି ଗ୍ରାମରେ ପାଟଣା ଓ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଦ ପ୍ରସ୍ତୁତ ପାଇଁ ଥିବା ମହୁଲି ପୋଚକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି।
ସେହିପରି ବେଆଇନ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଭାଲିଆଡିହା ଗ୍ରାମର ସମ୍ବିତ କୁମାର ବେହେରା(୨୩) ଓ ରାମଦାସ ସୋରେନ୍(୨୪), ଦୁଧନାଳୀ ଗ୍ରାମର ସମ୍ବାରି ମୁଣ୍ଡା(୫୨) ଏବଂ ଗଇଁସିରି ଗ୍ରାମର ରାମଚନ୍ଦ୍ର ଲୋହାର(୨୪)।