ବାଲେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାସ୍ଥିତ ଇଣ୍ଟେରିମ ଟେଷ୍ଟ ରେଞ୍ଜରେ ଭାରତର କମାଣ ନିରୋଧୀ ଗାଇଡେଡ୍ ମିଜାଇଲ୍ ଉଡାଣ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଆଣ୍ଟି ଟ୍ୟାଙ୍କ ମିଜାଇଲ ଧ୍ରୁବାସ୍ତ୍ର ଏବେ ବାୟୂସେନାରେ ସାମିଲ ହେବାକୁ ଯାଉଛି। ଏହି ଧ୍ରୁବାସ୍ତ୍ର ମିଜାଇଲର ଲକ୍ଷଭେଦି କ୍ଷମତା ୫ଶହ ମିଟରରୁ ଚାରି କିଲୋମିଟର ରହିଛି। ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଜାଇଲ ଧ୍ରୁବାସ୍ତ୍ର ଲଢ଼ୁଆ ହେଲିକେପ୍ଟର ଧ୍ରୁବରେ ବ୍ୟବହାର କରାଯିବାକୁ ଥିବାରୁ ଏହାର ନାମ ଧ୍ରୁବାସ୍ତ୍ର ରଖାଯାଇଛି। ଏହି କ୍ଷେପଣାସ୍ତ୍ରର ସେକେଣ୍ଡକୁ ୨୩୦ମିଟର ବେଗରେ ଗତି କରିବାର କ୍ଷମତା ରହିଛି।