ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣର ବଢ଼ୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପ୍ରତ୍ୟେକ ମାସ ସୀରୋ ସର୍ଭେ କରାଯିବ। ଏନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ଜୈନ କହିଛନ୍ତି କି, ପ୍ରତ୍ୟେକ ମାସ ସୀରୋ ସର୍ଭେ କରିବା ଦ୍ୱାରା କେତେ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିବ। ଆଉ ୧ରୁ ୫ ତାରିଖ ମଧ୍ୟରେ ପୁନର୍ବାର ନମୁନା ସଂଗ୍ରହ କରାଯିବ।
ସୂଚନାଯୋଗ୍ୟ, ନିକଟରେ ସୀରୋ ପ୍ରୀବଲେନ୍ସ ଅଧ୍ୟୟନରୁ ଜଣାପଡ଼ିଛି କି, ଦିଲ୍ଲୀ ସର୍ବେକ୍ଷଣରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୨୩ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସୀଡୀସୀ)ର ନିର୍ଦ୍ଦେଶକ ଡା. ସୁଜିତ କୁମାର କହିଛନ୍ତି କି, ୭୭ ପ୍ରତିଶତ ଲୋକଙ୍କଠାରେ ଏବେ ବି କରୋନା ସଂକ୍ରମଣର ବିପଦ ରହିଛି । ସେଥିପାଇଁ ଏହାକୁ ରୋକିବାର ପ୍ରକ୍ରିୟା ଜୋରଦାର ହେବା ଉଚିତ।