‘ରଙ୍ଗବତୀ’ ନାମରେ ନାମିତ ହେଲା ଗାଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ସୁପ୍ରସିଦ୍ଧ ଲୋକ ଗୀତ ‘ରଙ୍ଗବତୀ’ ନାମରେ ଗାଁର ନାମ ନାମିତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ ପରେ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକର ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି। ଗାଁ ନାମ ରଙ୍ଗବତୀ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ନାମ ହେଉଛି ବିଲୁଙ୍ଗ।