ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ଆସନ୍ତା ୭ ଦିନ ପାଇଁ ଜିଲ୍ଲାର ସମସ୍ତ ବ୍ୟାଙ୍କକୁ ବନ୍ଦ ଘୋଷଣା କରିଛନ୍ତି। ସମସ୍ତ ବ୍ୟାଙ୍କ ସାନିଟାଇଜ୍ କରାଯିବା ସହ ସମସ୍ତ କର୍ମଚାରୀ ଓ ଅଧିକାରୀ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି କର୍ମଚାରୀ ମହକୁମା ଛାଡି ବାହାରକୁ ଯାଇ ପାରିବେ ନାହିଁ। ଏହି ୭ ଦିନ ଯେପରି ଗ୍ରାହକ ହଇରାଣ ନହେବେ ସେଥିପାଇଁ ଆବଶ୍ୟକ ଟଙ୍କା ଏଟିଏମରେ ଗଚ୍ଛିତ ରଖିବା ପାଇଁ ମଧ୍ୟ କୁହାଯାଇଛି। ୭ ଦିନ ପରେ ବ୍ୟାଙ୍କର ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ।