ବରଗଡ଼ରେ ଟେଲି ମେଡିସିନ ସେବା

ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା। ଜନସାଧାରଣ ଘରେ ରହି ଏହି ସ୍ୱାସ୍ଥ୍ୟ ସେବା ପାଇପାରିବେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତରଫରୁ ଏନେଇ ବିଭିନ୍ନ ବିଭାଗର ମୋବାଇଲ ନମ୍ବର ଗୁଡିକ ଜାରି କରାଯାଇଛି । ଏହି କ୍ରମରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, ଡେଣ୍ଟାଲ, ଇଏନଟି, ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ବହୁ ବିଶେଷଜ୍ଞ ଡାକ୍ତରଙ୍କ ଫୋନ ନମ୍ବରରେ ଯୋଗାଯୋଗ କରି ସ୍ୱାସ୍ଥ୍ୟସେବା ପାଇପାରିବେ । ପ୍ରତିଦିନ ସକାଳ ୯ ଟାରୁ ୧୨ ପର୍ଯ୍ୟନ୍ତ ଜନସାଧାରଣ ଫୋନ ଯୋଗେ ଉପଯୁକ୍ତ ସେବା ପାଇପାରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତରଫରୁ ସୂଚନା ଦିଆଯାଇଛି।