ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ମଙ୍ଗଳବାର ବରଗଡ଼ ଜିଲ୍ଲାରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବରଗଡ଼ ସଦର ବ୍ଲକ କଟାପାଲି ଅବରୋଧ ଅଞ୍ଚଳରୁ ହୋଇଥିବାବେଳେ ଜଣେ ଅତାବିରା ବ୍ଲକ୍ ଟାଙ୍ଗରପାଲି ଟିଏମସିରୁ ବୋଲି ସୂଚନା ମିଳିଛି । ସେହିପରି ଅନ୍ୟ ଦୁଇଜଣ ବରପାଲି ବ୍ଲକ୍ ଟିଙ୍ଗିପାଲି ଗ୍ରାମର ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି।