ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁଦିନ ସାଂଘାତିକ ହେବାରେ ଲାଗିଛି। ଦୁଇ ଦିନ ହେବ ମୃତ୍ୟୁ ମାମଲାରେ ଆମେରିକାକୁ ଭାରତ ପଛରେ ପକାଇ ଦେଇଛି। ଦେଶରେ ଗତ ୨୪ ଘଣ୍ଟାରେ ୫୮୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆମେରିକାରେ ୫୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଭାରତରେ ମୋଟ ମୃତ୍ୟୁସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ୩୭ ହଜାର ୧୪୮ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୯୫ହଜାର ୧୯୧ରେ ପହଞ୍ଚିଛି। ସେଥିମଧ୍ୟରୁ ୭ଲକ୍ଷ ୨୪ହଜାର ୫୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪ଲକ୍ଷ ୨ ହଜାର ୫୨୯ ଜଣ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ ୩ଲକ୍ଷ ୧୮ ହଜାର ୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୨ ହଜାର ୩୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୧ଲକ୍ଷ ୨୩ ହଜାର ୭୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬୩, ତାମିଲନାଡ଼ୁରେ ୧ଲକ୍ଷ ୭୫ ହଜାର ୬୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫୧ ଓ ଗୁଜରାଟରେ ୪୯ ହଜାର ୩୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୬୨ ଜଣଙ୍କର ମୃତ୍ୟୁ ଘଟିଛି।