ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୧ଟି ଓ ୨୧୬ଟି ସ୍ଥାନୀୟ ମାମଲା ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୩ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬୪୭ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୫, କଟକରୁ ୮୪, ଖୋର୍ଦ୍ଧାରୁ ୬୮, ରାୟଗଡ଼ାରୁ ୪୭, ବାଲେଶ୍ୱରରୁ ୪୦, ଅନୁଗୁଳରୁ ୩୭, କେରାପୁଟରୁ ୨୮, ସୁନ୍ଦରଗଡ଼ରୁ ୨୨, କେନ୍ଦ୍ରାପଡ଼ାରୁ ୧୩, ଭଦ୍ରକରୁ ୧୨, ଢେଙ୍କାନାଳ, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରୁ ୧୦ଜଣ ଲେଖାଏଁ ରହିଛନ୍ତି। ସେହିପର କେନ୍ଦୁଝରରୁ ୮, ଜଗତସିଂହପୁରରୁ ୭, କନ୍ଧମାଳ ଓ ବଲାଙ୍ଗିରରୁ ୫ ଲେଖାଏଁ, ବରଗଡ଼ ଓ ନୟାଗଡ଼ରୁ ୪ ଲେଖାଏଁ, ମୟୁରଭଞ୍ଜରୁ ୩, ନବରଙ୍ଗପୁର ଓ ଯାଜପୁରରୁ ୨ ଲେଖାଏଁ, ସୋନପୁର ଜିଲ୍ଲାରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ହୋଇଥିବାବେଳେ ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୫,୭୧୫ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।