ତିରୁପତି,ଏଜେନ୍ସି: ସୋମବାର ତିରୁପତି ବାଲାଜୀ ମନ୍ଦିରର ଜଣେ ପୂର୍ବତନ ମୁଖ୍ୟ ପୂଜକଙ୍କର କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ତିରୁପତି ମନ୍ଦିରର ପୂର୍ବତନ ୮୦ ବର୍ଷୀୟ ପୂଜକ ଶ୍ରୀନିବାସ ମୂର୍ତ୍ତି ଦୀକ୍ଷିଟୁଲୁ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ତିରୁପତିର ଏସଭିଆଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଘଟଣାରେ ତିରୁପତି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୋକପ୍ରକାଶ କରାଯିବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ପୂଜାର୍ଚ୍ଚନା କରାଯାଇଛି। ଦୀକ୍ଷିଟୁଲୁଙ୍କ ମୃତ୍ୟୁରେ ତିରୁପତି ନିର୍ବାଚନମଣ୍ଡଳୀ ବିଧାୟକ ତଥା ତିରୁପତି ଟ୍ରଷ୍ଟର ପୂର୍ବତନ ଚେୟାରମ୍ୟାନ ଭୂମଣା କରୁଣାକର ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି।