ନବରଙ୍ଗପୁର ୨ଦିନ ପାଇଁ ସଟଡାଉନ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। କାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ସଟଡାଉନ ଜାରି ରହିବ। ଏନେଇ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ସମୟରେ ସକାଳ ୬ଟାରୁ ଦିନ ୧ଟା ମଧ୍ୟରେ କ୍ଷୀର, ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲା ରହିବ।