ବେଦାନ୍ତ ଝାରସୁଗୁଡ଼ାରେ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦଘାଟନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସ୍ଥିତ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ ପରିସରରେ ଏକ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦଘାଟନ କରାଯାଇଛି। ଏଥିରେ ଆବଶ୍ୟକୀୟ ଗୀୟର ଏବଂ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ସ୍ମେଲ୍ଟର ଏବଂ ପାୱାର ପ୍ଲାଣ୍ଟକୁ ବିପଦମୁକ୍ତ କରାଯାଇପାରିବ। ଏହି ସୁବିଧା ମାଧ୍ୟମରେ ପ୍ଲାଣ୍ଟର କୋଣ ଅନୁକୋଣରୁ ତଥ୍ୟ ସଂଗ୍ରହ କରି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଉପଯୋଗ କରାଯିବ। ସେହିପରି ବେଦାନ୍ତର ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ କ୍ଷେତ୍ରକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ମନିଟରିଂ ପାଇଁ ମଜଭୁତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି, ‘ଏହି ମୌସୁମୀ ପ୍ରସ୍ତୁତି କେନ୍ଦ୍ର ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥାରେ ଏକ ନୂତନ ଯୋଗ। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ଆମେ କର୍ମକ୍ଷେତ୍ର ଏବଂ ଅଂଶୀଦାରୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ଷେତ୍ରକୁ ସୁରକ୍ଷିତ କରିବା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସ୍ଥାପନ କରିଛୁ। ସର୍ବୋଚ୍ଚ ଶ୍ରେଣୀରେ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ କରି ଦେଶର ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ କ୍ଷେତ୍ରଗୁଡିକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଶୂନ୍ୟ କ୍ଷତି, ଶୂନ୍ୟ ଆବର୍ଜନା, ଶୂନ୍ୟ ଡିସଚାର୍ଜ ଅପରେସନ ପାଇଁ ଆମେ କ୍ରମାଗତ ଭାବେ ଆମର ପ୍ରକ୍ରିୟାରେ ଅଭିନବ ପ୍ରୟାସ କରୁଛୁ ବୋଲି କହିଛନ୍ତି।’

ବେଦାନ୍ତ ଅଗ୍ନିଶମ ସେବା ସହଭାଗୀ ଆଡ଼ପ୍ରୋ ଇଞ୍ଜିନିୟରିଂ ଆଣ୍ଡ ଫାୟାର ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ କୁହାଯାଇଛି ଯେ, ‘ବେଦାନ୍ତ ଝାରସୁଗୁଡ଼ା ଅପରେସନରେ ସକ୍ରିୟ ଜରୁରୀକାଳୀନ ଯୋଜନା ଏବଂ ଉଦ୍ଧାର ପ୍ରସ୍ତୁତି ପାଇଁ ଏକ ଉନ୍ନତ ୩୬୦ ଡିଗ୍ରୀ ଢାଞ୍ଚା ରହିଛି। କମ୍ପାନୀର ସୁରକ୍ଷା ପ୍ରୋଟୋକଲ ଗୁଡିକ ଶ୍ରେଷ୍ଠ ଶ୍ରେଣୀରେ ଅଛି। ବେଦାନ୍ତର ଅଗ୍ନିଶମ ସେବାସହଭାଗୀ ଭାବେ, ଆମେ ଭାରତର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ପାଇଁ ସମସ୍ତ ସୁରକ୍ଷା ନିଶ୍ଚିତ କରିବାକୁ ଏଚଏସସି ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ।’

ପ୍ରକାଶ ଯୋଗ୍ୟ ଯେ, ବେଦାନ୍ତ ଲିମିଟେଡ ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବାବେଳେ ଏହାର ସ୍ଥାପିତ ସ୍ମେଲଟିଂ କ୍ଷମତା ୧.୬ ବାର୍ଷିକ ନିୟୁତ ଟନ ଅଟେ। ଏହା ଭାରତର ଏକମାତ୍ର ସ୍ମେଲଟର ଯାହାକି ବିଶ୍ୱର ୧ ନିୟୁତ ଟନ ପ୍ରଥମିକ ଆଲୁମନିୟମ ଉତ୍ପାଦନ ଏବଂ ରତ୍ପାନକାରୀ ବର୍ଗରେ ସାମିଲ ଅଟେ। ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହିତ ନବାଚାର ପଦ୍ଧତି ଏବଂ ସ୍ଥାୟୀ ବିକାଶ ଢାଞ୍ଚାରେ ଅବସ୍ଥାପିତ ଏବଂ କାର୍ଯ୍ୟରତ ବେଦାନ୍ତ ଝାରସୁଗୁଡ଼ା, ଭାରତର ଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ। ସୁରକ୍ଷା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବାସହ ଅଞ୍ଚଳର ଉନ୍ନତି ନେଇ କମ୍ପାନୀ ସର୍ବଦା କାର୍ଯ୍ୟ କରି ଆସୁଥିବା କୁହାଯାଇଛି।