ନବରଙ୍ଗପୁର,ଏନ୍ଏନ୍ଏସ୍: ନରଙ୍ଗପୁର ଜିଲ୍ଲାରେ ଆଉ ୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ କୋଭିଡ ଯୋଦ୍ଧା ରହିଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ସୂଚନା ଦେବାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଧିକ ଯତ୍ନଶୀଳ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ସହ ବୟସ୍କ ଲୋକଙ୍କର ଅଧିକ ଯତ୍ନନେବା ପାଇଁ ଜିଲ୍ଲାପାଳ କହିଛନ୍ତି। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ଲକଡାଉନ ଓ ସଟଡାଉନ ନିର୍ଦ୍ଦେଶାବଳୀକୁ ମାନିଲେ କରୋନା ଯୁଦ୍ଧରେ ସମସ୍ତେ ସଫଳ ହୋଇପାରିବା ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨୯ଜଣ ସୁସ୍ଥ ହୋଇଛନ୍ତି ଓ ୩୩ଜଣ ଚିକିତ୍ସିତ ହେଉଛନ୍ତି।