ଦେବଗଡ଼ ପୌରାଞ୍ଚଳ ସଟଡାଉନ: ବ୍ୟାପକ ପୁଲିସ ଫୋର୍ସ ମୁତୟନ ଜିଲ୍ଲା By Nitidin Last updated Jul 18, 2020 Share ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନି ଓ ରବିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କ୍ଷୀର, ରାସନ ଓ ପନିପରିବା ଆଦି ଦୋକାନ ଖୋଲା ରହିଥିବା ବେଳେ ୧୦ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଔଷଧ ଏବଂ ଜରୁରୀ ସେବାକୁ ଛାଡ଼ି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କମ୍ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ଖୋଲା ରହିଛି। ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ସମଗ୍ର ପୌରାଞ୍ଚଳରେ ବୁଲି ବୁଲି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏସପି ଦାୟିତ୍ୱରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବି ନାରାୟଣ ସିଂଙ୍କ ନେତୃତ୍ୱରେ ଜଣେ ଡିଏସପି, ୪ଜଣ ଇନ୍ସପେକ୍ଟର ଓ ୬ଜଣ ସବଇନ୍ସପେକ୍ଟରଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଅମାନିଆଙ୍କୁ ତାଗିଦ କରୁଥିବା ନଜର ଆସିଥିଲା। Share