ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଲା

ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଗୁଡ଼ା ଜିଲ୍ଲାରେ ୧୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬୦ଜଣ ସୁସ୍ଥ ହୋଇଛନ୍ତି ଓ ୪୩ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବ୍ରଜରାଜନାଗର ଅଞ୍ଚଳରୁ ୪ ଜଣ, ଝାରସୁଗୁଡ଼ା ସଦର ବ୍ଲକ, ଲଇକେରା ଓ ବେଲପାହାଡ଼ରୁ ୨ଜଣ ଲେଖାଏଁ, ଲଖନପୁରୁ ଜଣେ ରହିଥିବା ଜଣାପଡ଼ିଛି।