ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମାନବ ସେବା ସଂଘ ଓ ବନ ବିଭାଗ ପକ୍ଷରୁ ଆଜି ଝାରସୁଗୁଡ଼ା ବେହେରାମାଲ କିଷାନ ଛକରେ ୧୧ଶହ ଚାରା ବଣ୍ଟନ କରାଯାଇଛି। ଜିଲ୍ଲା ବନ ବିଭାଗ ଅଧିକାରୀ ରେମେଶ ଚନ୍ଦ୍ର ନାଥ ଉକ୍ତ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ଚଳିତ ବର୍ଷ ୩ ଲକ୍ଷ ଚାରା ବଣ୍ଟନ କରାଯିବ ବୋଲି କହିଛନ୍ତି। ଏହାସହ ଶ୍ରୀ ନାଥ ବୃକ୍ଷ ରୋପଣ କରି ସ୍ଥାନୀୟ ଅଞ୍ଚଳକୁ ସବୁଜ ସୁନ୍ଦର ରଖିବା, ଏହାର ଆବଶ୍ୟକତା ଓ ଉପକାରୀତା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ତାପସ ରାୟ ଚୌଧୁରୀ ଓ ମାନବ ସେବା ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।