ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମୁଖ୍ୟରାସ୍ତା କଡରେ ଥିବା ଏକ ଘରର ରୋଷେଇ ଘରୁ ଆଜି ପୂର୍ବାହ୍ନରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଭୋର ୩ଟା ବେଳେ ଶିକ୍ଷକ ରାଜେଶ ପଟ୍ଟନାୟକ ନିଜ ପରିବାର ସହ ଘରେ ଶୋଇଥିବାବେଳେ ରୋଷେଇ ଘରର ବାସନ ଖଡ଼ ଖଡ ଶବ୍ଦ କରିଥିଲା। ପରେ ପରିବାର ଲୋକେ ରୋଷେଇ ଘରକୁ ଯାଇ ଦେଖିବା ବେଳକୁ ଘରେ ଅଜଗର ସାପ ଥିବା ଜାଣିବାକୁ ପାଇଥିଲେ।
ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ଼ ଓ ତାଙ୍କ ସହଯୋଗୀ ବି. ବିଭୂତି ଭୂଷଣ ଉଭୟ ଆସି ସାପକୁ ଉଦ୍ଧାର କରିଥିଲେ। ତେବେ ସାପଟି ୬ ଫୁଟ୍ର ହେବ ବୋଲି କୁହାଯାଉଛି। ପରେ ଭୈରବ ମନ୍ଦିର ନିକଟସ୍ଥ ଜଙ୍ଗଲରେ ସାପକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।