ପୁଣି୧୩ ଜଣ କରୋନା ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୮କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା୨୦୮ କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟ ୧୩ ଜଣଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ୯ ଜଣ ଥିବାବେଳେ କାଲିମେଳା ବ୍ଲକ ଅଞ୍ଚଳରୁ ୪ ଜଣ ରହିଛନ୍ତି। ଅନ୍ୟପକ୍ଷରେ ୨୦୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ  ୯୭ ଜଣ ଚିକିତ୍ସାଧୀନ ଅଛନ୍ତି।