୬୦ ଲିଟର ଡିଜେଲ ଜବତ, ୨ ଚୋର ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଏଲ୍ଏନ୍ ମେଟାଲିକ୍ ସମ୍ମୁଖରେ ଥିବା ଏକ ହାଇୱାରୁ ଡିଜେଲ ଚୋରି କରୁଥିବାବେଳେ ୨ ଅଭିଯୁକ୍ତକୁ ବଡମାଲ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ତୁମ୍ବେକେଲାର ଅବଦୁଲ ନବାବ ଓରଫ ଘୁନୁ ଓ ଢେଙ୍କାନାଲର ସନାତନ ମହନ୍ତ ବୋଲି ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦ୍ୱୟ ଏଲଏନ ମେଟାଲିକ୍ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଗାଡ଼ିରୁ ଡିଜେଲ ଚୋରି କରୁଥିଲେ। ଏହି ସମୟରେ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ବଡ଼ମାଲ ପୁଲିସର ପାଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବା ସହ ୬୦ ଲିଟର ଡିଜେଲ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।