ରେଢ଼ାଖୋଲ,ଏନ୍ଏନ୍ଏସ୍: ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କାରଣରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭରତାପୁର ପଞ୍ଚାୟତର ଭତରା ଗାଁର ମିଠେଇ ପ୍ରଧାନ ଓ ରସାନନ୍ଦ ପ୍ରଧାନଙ୍କ ୪ ଦିନ ତଳେ ବୁର୍ଲା ମେଡ଼ିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶିଶୁ ପୁତ୍ରକୁ ଘରକୁ ଆଣିବା ପରେ ଗତକାଲି ହଠାତ ଶିଶୁର ସ୍ୱାସ୍ଥ୍ୟ ଅସୁସ୍ଥ ହୋଇଥିଲା।
ଶିଶୁ ପୁତ୍ରକୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାବେଳେ ଚିକିତ୍ସା ପାଇଁ ଡାକ୍ତର ଆସିନଥିଲେ। ଫଳରେ ଚିକିତ୍ସାରେ ଅବହେଳା କାରଣୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଅଭିଯୋଗକୁ ଡାକ୍ତର ଖଣ୍ଡନ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।