ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଏନଏମ ପଡ଼ିଆ ଗାଁରେ ଏକ ଅଘଟଣ ଘଟିଯାଇଛି। ଗାଁରେ ଗତକାଲି ନାଗପଞ୍ଚମି ପୂଜା ଅନୁଷ୍ଠିତ ହୋଇଥିବାବେଳେ ଭୋଗ ଖାଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ଶ୍ରଦ୍ଧାପୁର ପିଏଚସି ଓ ଜଳେଶ୍ୱରପୁର ସିଏସିକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଖାଦ୍ୟରେ କୌଣସି ବିଶାକ୍ତ ପଦାର୍ଥ ପଡ଼ିଯାଇଥିବା ସାଧାରଣରେ କୁହାଯାଉଛି।