ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ଅନ୍ତରୀଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଗତ ମାସରେ କଂଗ୍ରେସର ୮ଜଣ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେଇଥିବା ବେଳେ ଆଗାମୀ ସେପ୍ଟେମ୍ବରରେ ଏହି ଆସନଗୁଡ଼ିକ ପାଇଁ ଉପନିର୍ବାଚନ ହେବ। ରାଜ୍ୟ ଉପନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।