ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ

ଛତ୍ରପୁର,ଏନ୍ଏନ୍ଏସ୍: ଛତ୍ରପୁର ଅଞ୍ଚଳରେ କରୋନା ନିୟମର ଉଲ୍ଲଂଘନ କରି ନାଏବ ସରପଞ୍ଚଙ୍କ ସହ ୧୧ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ପୋଲସରା ବ୍ଲକ୍ ଜା. ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଧରାଜପୁର ଗାଁରେ ନାଏବ ସରପଞ୍ଚ ୫ ଶହ ଲୋକଙ୍କୁ ନେଇ ଏକ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ପାଇଁ ଯଜ୍ଞ କରାଉଥିଲେ। ଏନେଇ ନାଏବ ସରପଞ୍ଚଙ୍କୁ ନିଲମ୍ବନ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।