ସାହାରପଡା ଓ ପାଟଣା ବ୍ଲକରୁ ୭ କୋରନା ଆକ୍ରାନ୍ତ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ଯୁବକ ଓ ଜଣେ ନାବାଳକ ରହିଛନ୍ତି। ସେମାନେ ସମସ୍ତେ ଆନ୍ଧ୍ରପ୍ରଦେଶରୁ ଫେରି ୨୬ ତାରିଖରୁ ସଂଗରୋଧ କେନ୍ଦ୍ରରେ ଥିଲେ।

ସେହିପରି ପାଟଣା ବ୍ଲକର ସୋରାସକେଲା ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ଯୁବକ ହରିୟାଣାରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ। ଉକ୍ତ ଯୁବକଙ୍କ ସଂସ୍ପର୍ଶରେ ତାଙ୍କ ପରିବାରର ୫ ଜଣ ସମେତ ୧୩ ଜଣ ଆସିଥିବାରୁ ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାସହ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।