ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କଲା ବେଗୁନିଆ ପୁଲିସ

ଖୋର୍ଦ୍ଧା,ଏନ୍ଏନ୍ଏସ୍: କରୋନା ଲକଡାଉନ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବେଗୁନିଆ ଅଞ୍ଚଳରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଫଳରେ ବେଗୁନିଆ ପୁଲିସ ପକ୍ଷରୁ ଆଜି କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ମଦରନ୍ଧା ସାମଗ୍ରୀ ଜବତ ହୋଇଛି। ସେହିପରି ଜଣେ ଅଟକ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କଣ୍ଟାବାଡ଼ ଅଞ୍ଚଳରେ ବହୁ ଦିନ ହେବ ଦେଶୀ ମଦ ରନ୍ଧା ହୋଇ ବିକ୍ରି ହେଉଥିବା ପୁଲିସ ନିକଟରେ ଅଭିଯୋଗ ହେଉଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ପୁଲିସ କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ଉ କରି ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହ ୧ ହଜାର ଲିଟରରୁ ଊର୍ଦ୍ଧ୍ୱ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ସମୟରେ ମଦ ରାନ୍ଧୁଥିବା ଅବସ୍ଥାରେ ଦୀପା ସାହୁ ନାମକ ମହିଳାଙ୍କୁ ପୁଲିସ ଅଟକ ରଖିଥିବାବେଳେ ୧୦ ଲିଟର ଦେଶୀ ମଦ ମଧ୍ୟ ଜବତ କରିଛି।