ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୧୩ଟି ଜିଲ୍ଲାକୁ ଚଳପ୍ରଚଳ ଉପରେ କଟକଣା ଜାରୀ କରାଯାଇଛି। ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ, ବାଲେଶ୍ୱର,ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ମାଲକାନଗିରିକୁ ପ୍ରବେଶ କଲେ କିମ୍ବା ସଂପୃକ୍ତ ଜିଲ୍ଲାକୁ ଯାଇ ଫେରିଲେ ୧୪ଦିନ ଗୃହ ସଂଗରୋଧରେ ରହିବାକୁ ବାଧ୍ୟ କରାଯାଇଛି। କିନ୍ତୁ ସଂପୃକ୍ତ ଜିଲ୍ଲାକୁ ଯାଇ ୩ ଦିନ ମଧ୍ୟରେ ଫେରିଲେ ଗୃହ ସଂଗରୋଧର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।