ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୫ ତାରିଖରେ ଗୁଳି ବିନିମୟରେ ନିହତ ହୋଇଥିବା ୪ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ କେହି ଦାବିଦାର ଆସିନଥିଲେ। ଫଳରେ ଆଜି ସେମାନଙ୍କ ଅନ୍ତିମ ସତ୍କାର କରିଛି ପୁଲିସ। ସହରର ଏଫସିଆଇ ଛକ ନିକଟରେ ଥିବା ଶ୍ମଶାନରେ ସେମାନଙ୍କୁ ପୋତି ଦିଆଯାଇଛି। ସତ୍କାର ହୋଇଥିବା ୩ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିନଥିବାବେଳେ ଅନ୍ୟ ଦୁଇଜଣ ହେଲେ ଛତିଶଗଡ଼ ଅଞ୍ଚଳର ଇତେଶ ଓ ରିନା।
ଅନ୍ୟଜଣେ ନିହତ ମାଓବାଦୀ ସୁକ୍ରୁ ଓରଫ କୋଷା ସୋଡିଙ୍କ ସାନ ଭାଇ ଗତ ୮ ତାରିଖରେ ଆସି ଦାବି ଜଣାଇବା ପରେ ପୁଲିସ ମୃତଦେହ ହସ୍ତାନ୍ତର କରିଥିଲା। ୬ ତାରିଖ ରାତିରେ ପୁଣି ସେହି ଜଙ୍ଗଲରେ ଅନ୍ୟଜଣେ ମାଓବାଦୀଙ୍କ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିଲା। ଉକ୍ତ ମାଓବାଦୀଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ଶବ ଗୃହରେ ସଂରକ୍ଷିତ ରଖାଯାଇଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି।