ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ମାଇକ୍ରୋ ଲୋକ ଅଦାଲତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ମାଇକ୍ରୋ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କେବଳ ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ବିଚାର ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଜଜ୍ ଶ୍ରୀ ନାୟକ ୯ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିଛନ୍ତି। ଏହାସହ କ୍ଷତିପୂରଣ ବାବଦକୁ ବୀମା କମ୍ପାନୀଗୁଡ଼ିକୁ ମୋଟ ୫୬ଲକ୍ଷ ୯୦ହଜାର ଟଙ୍କା ଦେବା ପାଇଁ ଆଦେଶ ଦେଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଜାନକୀ ବିଶ୍ୱାଳ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ। ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥି ଭାବରେ ସୁରେନ୍ଦ୍ର ମହାପାତ୍ର ଲୋକ ଅଦାଲତର ସଦସ୍ୟ ଭାବରେ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ ନିୟମାବଳୀ ପାଳନ ଏବଂ ଉଚିତ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଲୋକ ଅଦାଲତର ଆୟୋଜନ କରାଯାଇଥିଲା।