ଭାରତରେ ଭୟାନକ ହେଉଛି କରୋନା; ଚିହ୍ନଟ ହେଲେଣି ପାଖାପାଖି ୮ ଲକ୍ଷ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୨୬ ହଜାର ୫୬୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ରେ ପହଞ୍ଚିଛି।

ସେହିପରି ଗୋଟିଏ ଦିନରେ ୪୭୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କରୋନାରେ ଆଜି ପର୍ଯ୍ୟନ୍ତ ୪ ଲକ୍ଷ ୯୫ ହଜାର ୫୧୩ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୭୬ ହଜାର ୬୮୫ ଜଣ ସକ୍ରିୟ ଅଛନ୍ତି। ତେବେ ସକ୍ରିୟ କରୋନା ଆକ୍ରାନ୍ତମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।