ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ

ବଗହା,ଏଜେନ୍ସ: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଗହା ଅଞ୍ଚଳରେ ସୁରକ୍ଷାବାହିନୀ ଗୁଳିରେ ଆଜି ୪ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଗତକାଲି ବଗହାର ଅଞ୍ଚଳରେ ନକ୍ସଲମାନେ ଲୁଚି ଥିବା ଖବର ପାଇ ସଶସ୍ତ୍ର ସୀମା ବଳ(ଏସଏସବି) ଏବଂ ଏସଟିଏଫ୍ ମିଳିତ ଟିମ ଉକ୍ତ ଅଞ୍ଚଳରେ ଆଣ୍ଟି ନକ୍ସଲେଟ ଅପରେସନ ଆରମ୍ଭ କରିଥିଲା। ଏଥିରେ ଆଜି ସୁରକ୍ଷାବାହିନୀ ୪ ନକ୍ସଲଙ୍କ ଏନକାଉଣ୍ଟର କରିବା ସହିତ ସେଠାରୁ ବ୍ୟପକ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଥିବା ଜଣାପଡ଼ିଛି।