ମାଓ ପ୍ରଭାବିତ ଏସଆରଇ ତାଲିକାରୁ ବାଦ ପଡ଼ିଲା ରାଜ୍ୟର ୫ ଜିଲ୍ଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟର ୫ ଜିଲ୍ଲାକୁ ମଓ ପ୍ରଭାବିତ ତାଲିକା ଏସଆରଇରୁ ବାଦ ଦିଆଯାଇଛି। ଏଥିରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼କୁ ବାଦ ଦିଆଯାଇଛି। ତେବେ ଏହାକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି।

ସେହିପରି ଏ ସମ୍ପର୍କରେ ଆଜି ପୁଲିସ ମହାନିର୍ଦ୍ଦେଶକ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏସଆରଇ ଯୋଜନାରେ ବିକାଶ ମୂଳକ କାମ ଚାଲୁ ରହିଥିଲା। ତେବେ ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯଥା- ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମକୁ ମାଓ ପ୍ରଭାବିତ ଏସଆରଇ ତାଲିକାରୁ ବାଦ ଦିଆଯାଇଥିଲା।