ଇଂଲଣ୍ଡକୁ ଘାଇଲା କଲେ ହୋଲଡ୍‌ର-ଗାବ୍ରିଏଲ୍‌, ଇଂଲଣ୍ଡ ୨୦୪, ୱେଷ୍ଟଇଣ୍ଡିଜ୍‌ ୫୭/୧

ସାଉଥାମ୍ପଟନ୍‌,ଏଜେନ୍ସି: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦିନରେ ବର୍ଷା ସହ ଯଥେଷ୍ଟ ଆଲୋକ ଅଭାବରୁ ମାତ୍ର ୧୭.୪ ଓଭର ଖେଳ ସମ୍ଭବ ହୋଇଥିଲା। ତେବେ ଦ୍ୱିତୀୟ ଦିନରେ ଗୁରୁବାର ଭ୍ରମଣକାରୀ ଦଳର ଦୁଇ ପେସର ଅଧିନାୟକ ଜେସନ୍ ହୋଲଡର୍ ଓ ଶେନନ୍ ଗାବ୍ରିଏଲ ଇଂଲିଶ୍ ବ୍ୟାଟ୍ସମ୍ୟାନଙ୍କୁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ। ଫଳରେ ଜେସନ୍ ଓ ଶେନନ୍ ଇଂଲିଶ୍ ଦଳର ୱିକେଟକୁ ପୋଛି ନେଇ ୨୦୪ ରନରେ ଅଲଆଉଟ୍ କରିଦେଇଛନ୍ତି।

ଜବାବରେ ୱେଷ୍ଟଇଣ୍ଡିଜ୍‌ ୧୯.୩ ଓଭରରେ ୧ ୱିକେଟ୍ ହରାଇ ୫୭ ରନ୍ ସଂଗ୍ରହ କରିଛି। ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନ ଖେଳ ବନ୍ଦ ରହିଥିଲା। ଦଳ ତରଫରୁ କ୍ୟାମ୍ପବେଲ୍‌ ୩ଟି ଚୌକା ସହାୟତାରେ ୨୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବ୍ରାଥୱେଟ୍‌ ୨୦ ଓ ସାଇ ହୋପ୍‌ ୩ ରନ୍‌ କରି ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର:

ଇଂଲଣ୍ଡ ପ୍ରଥମ ପାଳି: ୬୭.୩ ଓଭରରେ ୨୦୪ (ବେନ୍‌ ଷ୍ଟୋକ୍ସ-୪୩, ଜୋସ୍ ବଟଲର୍‌-୩୫, ଡୋମିନିକ୍‌ ବେସ୍-୩୧, ଜାସନ୍ ହୋଲଡର-୬/୪୨, ସାନନ୍ ଗାବ୍ରିଏଲ୍‌-୪/୬୨)।

ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୯.୩ ଓଭରରେ ୫୭/୧ (ଜନ୍ କ୍ୟାମ୍ପବେଲ୍‌-୨୮, କ୍ରେଗ୍ ବ୍ରାଥୱେଟ୍-୨୦, ସାଇ ହୋପ୍‌-୩, ଜେମ୍ସ ଆଣ୍ଡରସନ୍-୧/୧୭)।