ବାଲିଗୁଡା,ଫୁଲବାଣୀ,ତୁମୁଡ଼ିବନ୍ଧ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ଥାନା କୁର୍ତ୍ତମଗଡ଼ ନିକଟସ୍ଥ କଟାପାଡ଼ି ଠାରେ ଏକ ଅଜଣାଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ପରମପଙ୍ଗା ଗାଁର ପ୍ରମୋଦ ମଲ୍ଲିକ। ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ନିଜ ଗାଁରୁ ତୁମୁଡିବନ୍ଧ ଯାଉଥିବାବେଳେ ନଂ.୫୯ ଜାତୀୟ ରାଜପଥ କଟାପାଡ଼ି ଗାଁ ନିକଟରେ ଅଜଣାଗାଡି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସାରାରାତି ସେଠାରେ ଶବ ପଡ଼ି ରହିଥିବାବେଳେ ଗୁରୁବାର ସକାଳେ ତୁମୁଡିବନ୍ଧ ପୁଲିସ ପହଞ୍ଚି ଶବ ଜବତ କରି ପଞ୍ଚନାମା ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।