ଝରିଗାଁ,ଏନ୍ଏନ୍ଏସ୍: ବଡ଼ଟେମେରା ସରପଞ୍ଚ ପବିତ୍ର ଜାନି ଜିଲ୍ଲାପାଳ କ୍ଷମତା କରି ପଞ୍ଚାୟତକୁ ଆସନ୍ତା୧୧ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି। ଝରିଗାଁ ବ୍ଲକରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାରୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିବାରୁ ସରପଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି। ଏହାସହ ସମାଜସେବୀ ରଜନୀକାନ୍ତ ପଟ୍ଟନାୟକ, ବିଜୟ ଦାସ, ବନବାସ ମାଝୀ, ଦୈତାରୀ ଜାନି, ଭୁଜ ଜାନି ପ୍ରମୁଖ ଝରିଗାଁ ବିଡ଼ିଓଙ୍କୁ ଭେଟି ସ୍ଥାନୀୟ ଅଞ୍ଚଳରେ ସଚେତନତାର ଅଭାବ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଟେମେରା ପଞ୍ଚାୟତର ମୁଣ୍ଡାପଦର ଟାଙ୍ଗିନି ଭାଲୁଘାଟି ଓ କନକି ସାନଟେମେରା ଚେପଟିଆମ୍ବ ଆଦି ଗ୍ରାମରୁ ପ୍ରାୟ ୧୦୦ରୁ ଅଧିକ ପ୍ରବାସୀ ଶ୍ରମିକ ଟିଏମସିରୁ ଫେରିବାପରେ ଘରେ ସଙ୍ଗରୋଧରେ ନରହି ବାହାରେ ବୁଲାବୁଲି କରୁଛନ୍ତି।