ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ମ୍ୟାଚ୍: ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳ ବାଧାପ୍ରାପ୍ତ

ଦ ଓଭାଲ,ଏଜେନ୍ସି: ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାଖାପାଖି ୪ ମାସ ପରେ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ସ୍ଥାନୀୟ ଆଜିୟସ୍ ବାଉଲଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସହ କରୋନା ମହାମାରୀରଙ୍କ ଆତଙ୍କ ପରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଛି। ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଦର୍ଶକମାନେ ଯେପରି ଖେଳ ଆଶା କରୁଥିଲେ ତାହା ଦେଖିବାକୁ ମିଳିପାରି ନାହିଁ। କିନ୍ତୁ କିଛି ଦିନ ତଳେ ଯେଉଁ ଖେଳର ଆୟୋଜନ କରିବା ସ୍ୱପ୍ନ ଭଳି ଲାଗୁଥିଲା ତାହା ଏହି ମ୍ୟାଚ୍ ଆରମ୍ଭ ପରେ ବାସ୍ତବରେ ପରିଣତ ହୋଇଛି।

ଷ୍ଟାଡିୟମରେ ବିନା ଦର୍ଶକ, ବ୍ୟାନର, ପୋଷ୍ଟର କିମ୍ବା ହୋ ହଲ୍ଲା ମଧ୍ୟରେ ନୂଆ ଅଭିଜ୍ଞତା ସହ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ସୂଚନାଯୋଗ୍ୟ କରୋନା ଭାଇରସ୍ ମହାମାରୀରେ ରୂପାନ୍ତରିତ ହେବା ପରେ ଦୀର୍ଘ ୧୧୭ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ବନ୍ଦ ରହିଥିଲା।