ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଆଉ ଦୁଇ ସାଥୀକୁ ଏନକାଉଣ୍ଟର, ଜଣେ ମୃତ

କାନପୁର,ଏଜେନ୍ସି: ଆଜି କାନପୁର ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଜଣେ ସାଥୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସାଥୀ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ବିକାଶ ଦୁବେର ନିକଟ ସାଥୀ ରଣବୀର ଶୁକ୍ଲା ହୋଇଥିବା ବେଳେ ଆହତ ସାଥୀ ଜଣଙ୍କ ପ୍ରଭାତ ମିଶ୍ରା ବୋଲି ଜଣାପଡ଼ିଛି।

ସୂଚନା ଥାଉକି, ଗତକାଲି ଫରିଦାବାଦର ଏକ ହୋଟେଲରେ ଦୁବେ ଲୁଚିଥିବା ନେଇ ସୂଚନା ମିଳିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ମାତ୍ର ପୁଲିସ ପହଞ୍ଚିବା ପୂର୍ବରୁ ହିିଁ ଦୁବେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ସମୟରେ ପୁଲିସ ଉକ୍ତ ହୋଟେଲରୁ ଦୁବେର ଦୁଇ ସାଥୀ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଲାକୁ ଗିରଫ କରିଥିଲା। ଏହି ସମୟରେ ସେମାନେ ପୁଲିସର ବନ୍ଧୁକ ଛଡ଼ାଇ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ। ପୁଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ରଣବୀର ଓ ପ୍ରଭାତ ଆହତ ହୋଇଥିଲେ।

ସେଠାରୁ ତାଙ୍କୁ ଫରିଦାବାଦ ସ୍ଥିତ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ରଣବୀରକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ପ୍ରଭାତ ଚିକିତ୍ସିତ ଥିବା ଜଣାପଡ଼ିଛି।