ଉଜ୍ଜୈନ,ଏଜେନ୍ସି: ଗିରଫ ହେଲା କାନପୁର ସୁଟଆଉଟର ମାଷ୍ଟରମାଇଣ୍ଡ ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜୈନରୁ ପୁଲିସ ତାଙ୍କୁ ଟ୍ରେସ କରି ଗିରଫ କରିଛି। ଗତ ଶୁକ୍ରବାର ଉତ୍ତରପ୍ରଦେଶ କାନପୁରର ଚୌବେପୁରର ୮ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରି ଫେରାର ଥିଲା ବିକାଶ ଦୁବେ। ପୁଲିସ ବହୁ ତନାଘନା କରିବା ପରେ ଆଜି ଫରିଦାବାଦରେ ତାଙ୍କର ୨ ସାଥୀଙ୍କୁ ଏନକାଉଣ୍ଟର କରିଥିଲା। ଶେଷରେ ପୁଲିସ ଆଜି ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି। ବିକାଶଙ୍କୁ ଗିରଫ କରିବା ପାଇଁ କାନପୁର ପୁଲିସ ତାଙ୍କ ନାଁରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା।
ସେଠାରୁ ତାଙ୍କୁ ଏସଟିଏଫ୍ ଓ ୟୁପି ପୁଲିସର କଡା ସୁରକ୍ଷା ମଧ୍ୟରେ ଉତ୍ତର ପ୍ରଦେଶ ନିଆଯିବ ବୋଲି ଜଣାପଡ଼ିଛି।