୮୯ଟି ଆପକୁ ନିଜ ମୋବାଇଲରୁ ଡିଲିଟ କରିବା ପାଇଁ‌ ଆର୍ମି ଯବାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ନିଜ ମୋବାଇଲରୁ ୮୯ଟି ଆପ୍‌ ହଟାଇବେ ଆର୍ମି ଯବାନ। ଆର୍ମିର ୧୩ ଲକ୍ଷ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଆସନ୍ତା ଜୁଲାଇ ୧୫ ସୁଦ୍ଧା ନିଜ ମୋବାଇଲରୁ ଏହି ଆପ ଗୁଡ଼ିକୁ ଅନଇନଷ୍ଟଲ କରିବାକୁ ଭାରତ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନଇନଷ୍ଟଲ କରିବାକୁ କୁହାଯାଇଥିବା ଆପ୍‌ ଭିତରେ ୫୯ଟି ଚାଇନିଜ୍‌ ଆପ୍‌ ରହିଛି। ପାକିସ୍ତାନ ଓ ଚୀନ୍‌ର ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଭାରତୀୟ ଯବାନ ଅନଲାଇନ‌ରେ ଟାର୍ଗେଟ୍‌ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଆର୍ମି ଯବାନ ମୋବାଇଲରେ ଏହି ଆପ ଦେଖାଯାଏ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର, ଇନ୍‍ଷ୍ଟାଗ୍ରାମ, ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ, ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ସେୟାର ଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନସେଣ୍ଟର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, ୩୬୦ ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।