କାନ୍ଥ ପଡ଼ି ମାଆ ଓ ପୁଅ ଗୁରୁତର

ତୁମୁଡ଼ିବନ୍ଧ,ବେଲଘର,ଏନ୍ଏନ୍ଏସ୍: ବର୍ଷା ସାଜିଲା କାଳ। କାନ୍ଥପଡ଼ି ମାଆ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାତର ମଶାଣି ସାହିରେ। ସୂଚନା ଅନୁସାରେ, ମଶାଣି ସାହିର ଲିଙ୍ଗରାଜ ନାୟକଙ୍କ ସ୍ତ୍ରୀ ଯୋଶଦା ନାୟକ (୨୭) ନିଜ ଘରେ ରୋଷେଇ କରୁଥିବା ସମୟରେ ପୁଅ ରାଜବିର ନାୟକ (୨) ଖେଳୁଥିଲା। ଏହି ସମୟରେ ଅତ୍ୟଧିକ ବର୍ଷା ଯୋଗୁଁ ମାଟି କାନ୍ଥ ଧସିଯାଇ ମାଆ ଓ ପୁଅଙ୍କ ଉପରେ ପଡିଯାଇଥିଲା। ଉଭୟେ  ମାଟି କାନ୍ଥତଳେ ଚାପି ହୋଇଯାଇଥିଲେ। ଗ୍ରାମବାସୀ ମାଆ ଓ ପୁଅଙ୍କୁ ଉଦ୍ଧାର କରି ବେଲଘର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି।