ଧୋଡ଼ିପାଣି ପଞ୍ଚାୟତ ଯୋଗାଣ ସହାୟକଙ୍କ ଅକାଳ ବିୟୋଗ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ଧୋଡିପାଣି ପଞ୍ଚାୟତର ଯୋଗାଣ ସହାୟକ ପ୍ରଶାନ୍ତ କୁମାର ନାୟକ(୩୦)ଙ୍କ ଆଜି ଅକାଳ ବିୟୋଗ ହୋଇଛି। ସେ ନିଜ ଘର ଛାତରୁ ସିଡିରେ ତଳକୁ ଓହ୍ଲାଉଥିବାବେଳେ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ପରିବାରଲୋକେ ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଦେହାନ୍ତରେ ବିଡିଓ ଧର୍ମରାଜ ମାଝୀ, ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠିଆ, ବ୍ଲକ ପ୍ରଶାସନ, ପଞ୍ଚାୟତ ବାସୀ, ସରପଞ୍ଚ ପ୍ରମିଳା ପୂଜାରୀ, ସମିତି ସଭ୍ୟ ନୀଳମଣି ଗୌଡ଼, ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସମାଜସେବୀ ପ୍ରମୋଦ ପାଢ଼ୀ, ଯୁବରାଜ ଜଗତ, ପୁରୁଷୋତ୍ତମ ପକ୍ଷରି , ଗୌରହରି ନାୟକ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହ ଶୋକବ୍ୟକ୍ତ କରିଛନ୍ତି।