ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୩୨୯ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ, ଏଜେନ୍ସି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇର ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡି ନିରବ ମୋଦୀର ୩୨୯.୬୬ କୋଟିର ସମ୍ପତ୍ତିକୁ ଜବତ କରିଛି। ପଳାତକ ଆର୍ଥିକ ଅପରାଧୀ ଆଇନ ୨୦୧୮ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି । ଆଜି ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇର ସମୁଦ୍ର ମହଲ ଆପାର୍ଟମେଣ୍ଟରେ ଥିବା ୪ଟି ଫ୍ଲାଟ, ଆଲିବାଗରେ ଥିବା ଫାର୍ମହାଉସ ଓ ଜମି, ଜୟସେଲମେରରେ ଥିବା ଫାର୍ମହାଉସ, ଲଣ୍ଡନରେ ଥିବା ଫ୍ଲାଟ ରହିଛି। ଏଗୁଡ଼ିକର ଆନୁମାନିକ ମୂଲ୍ୟ ୩୨୯.୬୬ କୋଟି ଟଙ୍କା ହେବ ।

ଗତ ଜୁନ ୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଇଡିକୁ ସମ୍ପତି ଜବତ ପାଇଁ ଅନୁମତି ଦେଇଥିଲେ ।
ଏହାର ଦୁଇଦିନ ପରେ ଇଡି ପକ୍ଷରୁ ହଂକଂରୁ ପ୍ରାୟ ୧୩୫୦ କୋଟି ଟଙ୍କାର ୨୩୦୦କେଜି ହୀରା, ମୋତି ଏବଂ ଅଳଙ୍କାର ଜବତ କରିଥିଲା । ଏସବୁ ସମ୍ପତ୍ତି ନିରବ ମୋଦି ଓ ମେହୁଲ ଚୋକସୀଙ୍କର ଥିଲା ବୋଲି ଏଡି ପକ୍ଷରୁ କୁହାଯାଇଥିଲା । ମୁମ୍ବାଇର ଏକ ପିଏନବି ଶାଖାରୁ ଜାଲ କାଗଜପତ୍ର ଦେଇ ୧୩ ହଜାର କୋଟି ଟଙ୍କାର ଋଣ ନେଇ ତାହାକୁ ଫାଙ୍କିବା ଅଭିଯୋଗରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଉଭୟ ବ୍ୟବସାୟୀଙ୍କୁ ଇଡି ଯାଞ୍ଚ କରୁଛି ।