ଭିଜିଲାନ୍ସ ଜାଲରେ ପୌରନିର୍ବାହୀ ଅଧିକାରୀ

ଦେବଗଡ଼,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ଦେବଗଡ଼ ପୌରନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ପୈତୃକଘର ଓ ଶ୍ୱଶୁରାଳୟରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ପୌରନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ନାମରେ ବେଆଇନ ସମ୍ପତି ଠୁଳ ଅଭିଯୋଗ ପରେ ଆଜି ଭିଜିଲାନ୍ସର ୨ଜଣ ଡିଏସପିଓ ୪ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଚଢ଼ଉ କରାଯାଇଥିଲା। ଭିଜିଲାନ୍ସର ଡିଏସପି ଦାଶରଥି ସେଠୀ, ଇନ୍ସପେକ୍ଟର ଯୋଗେଶ ଚନ୍ଦ୍ର ପଟେଲ ଓ ସି ବିଲୁଙ୍ଗ ଚଢ଼ଉର ନେତୃତ୍ୱ ନେଇଥିବାବେଳେ ସମସ୍ତ ଆକଳନ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି।