ବଲାଙ୍ଗିରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଜୋନରୁ ୪

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ଆଉ ୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଏମାନେ ସମସ୍ତେ ବଲାଙ୍ଗିର ସହରର ସ୍ଥାନୀୟ ସଂକ୍ରମଣ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସମ୍ପୃକ୍ତ ୫ଜଣ ଆକ୍ରାନ୍ତଙ୍କ ମଧ୍ୟର ୪ଜଣ ହାତୀଶାଲପଡ଼ା କଣ୍ଟେନମେଣ୍ଟ ଜୋନର ହୋଇଥିବାବେଳେ ଆନ୍ୟଜଣେ ନିକଟସ୍ଥ ଠିକାଦାର ପଡ଼ାର ବୋଲ ଜଣାପଡ଼ିଛିି। ଏମାନଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭ରେ ପହଞ୍ଚିଥିବା ବେଳେ ୧୬୫ଜଣ ସୁସ୍ଥ ହୋଇଛନ୍ତି ଓ ୬୨ଜଣ ଚିକିତ୍ସିତ ହେଉଛନ୍ତି।