ଶିକ୍ଷାନୁଷ୍ଠାନଗୁଡିରେ ବାକି ଥିବା ପରୀକ୍ଷା କରିବାକୁ ଅନୁମତି ଦେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ, ଏଜେନ୍ସି,ଏନ୍ଏନ୍ଏସ୍: କରୋନାଭାଇରସ୍ ସଂକ୍ରମଣକୁ ଯୋଗୁଁ ମାର୍ଚ୍ଚରୁ ଅଟକି ରହିଥିବା ବର୍ଷ ଶେଷର ପରୀକ୍ଷାଗୁଡିକ ଏବେ କରାଯାଇପାରିବ । କୋଭିଡ-୧୯ ପ୍ରଟୋକଲ ଅନୁସରଣ କରି ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକ ପରୀକ୍ଷା କରାଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଦୀର୍ଘଦିନ ଧରି ଅଟକି ରହିଥିବା ପରୀକ୍ଷା କରିବା ପାଇଁ ଅନୁମତି ଦେଇ ମନ୍ତ୍ରାଳୟ ଆଜି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛି।
ବିଶ୍ୱବିଦ୍ୟାଳୟ ପାଇଁ ୟୁଜିସି ଗାଇଡଲାଇନ ଏବଂ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁଯାୟୀ ହିଁ ଚୂଡ଼ାନ୍ତ ପରୀକ୍ଷା କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।